ୟୁନେସ୍କୋ ବୋର୍ଡକୁ ଭାରତ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ,ଏଜେନ୍ସି: ଜାତିସଂଘ ସଂସ୍ଥା ୟୁନେସ୍କୋର କାର୍ଯ୍ୟକାରୀ ବୋର୍ଡ ସଦସ୍ୟଭାବେ ଭାରତ ପୁଣି ନିର୍ବାଚିତ ହୋଇଛି । ବୁଧବାର ଜାତିସଂଘରେ ଅନୁଷ୍ଠିତ ନିର୍ବାଚନରେ ଭାରତକୁ ୧୬୪ଟି ଭୋଟ ମିଳିଛି। ୟୁନେସ୍କୋ ଏସିଆ-ପ୍ୟାସିଫିକ୍ ଜୋନ୍‌ରେ ଭାରତ ସମେତ ଚୀନ୍‌, ଜାପାନ, ଫିଲିପାଇନ୍ସ, ଭିଏତନାମ ଓ କୁକ୍ ଦ୍ୱୀପପୁଞ୍ଜ ସ୍ଥାନ ପାଇଛନ୍ତି । ଭାରତର ଏହି ଅବଧି ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ।