ଜଳେଶ୍ୱର,ଏଜେନ୍ସି: କରୋନା କାଳରେ ବେଧଡକ ଭାବେ ଚାଲିଛି ନିଶା ବେପାର। ଜଳେଶ୍ୱରରୁ ପୁଣି ବିପୁଳ ପରିମାଣର ଧଳାଜହର ଜବତ ହୋଇଛି। ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ଏହି ବିପୁଳ ପରିମାଣର ଧଳାଜହର ଜବତ ହୋଇଛି। ଏହି ଘଟଣାରେ ୨ ବ୍ରାଉନସୁଗାର ବେପାରୀ ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି।
ଜଳେଶ୍ୱର ପୁଲିସ ଓ ବସ୍ତା ଅବକାରୀ ବିଭାଗର ମିଳିତ ଚଢ଼ଉରେ ଧଳାଜହର ଜବତ ହୋଇଛି। ସେପଟେ ପୁଲିସ ଗାଡିର କାଚ ଭାଙ୍ଗି ଅନ୍ୟ ଜଣେ ବେପାରୀକୁ ଛଡାଇ ନେଇଛନ୍ତି ପରିବାର ଲୋକେ। ଏହାସହିତ ଘଟଣାସ୍ଥଳରେ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ କିଛି ପୁଲିସ କର୍ମଚାରୀ ଆହତ ମଧ୍ୟ ହୋଇଥିବା ଜଣାପଡିଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଧଳାଜହର ଜବତ ହେବା ଘଟଣା ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।