ଆଜି ପୂର୍ବାହ୍ନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପୂର୍ବାହ୍ଣ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। ଦେଶରେ କୋଭିଡ-୧୯ ଟିକାର ୧୦୦ କୋଟି ଡୋଜ ପୂରଣ ହୋଇଥିବା ସମୟରେ ପ୍ରଧାନମନ୍ତ୍ରୀ ଜନତାଙ୍କୁ ସମ୍ବୋଧିତ କରୁଛନ୍ତି। ସୂଚନାଯୋଗ୍ୟ, ଦେଶରେ ଏପର୍ଯ୍ୟନ୍ତ ୧୦୦ କୋଟି ୬୨ ଲକ୍ଷ ୩୪ ହଜାର ୮୦୩ ଡୋଜ କରୋନା ଟିକା ଦିଆଯାଇଛି। ଏଥିରୁ ୭୧ କୋଟି ୯ ଲକ୍ଷ ୮୦ ହଜାର ୬୮୬ ଲୋକ ଟିକାର ଗୋଟିଏ ଡୋଜ ନେଇଛନ୍ତି। ୨୯ କୋଟି ୫୩ ଲକ୍ଷ ୨ ହଜାର ୬୭୬ ଜଣ ପୂରା ଡୋଜ ନେଇସାରିଛନ୍ତି।

୧୦୦ କୋଟି ଟିକାକରଣ ହେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଜାତୀୟ ରାଜଧାନୀ ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲ ପହଞ୍ଚିଥିଲେ। ଆଗାମୀ ଦିନରେ ଦେଶରେ ଦୀପାବଳି ଓ ଛଠ ପୂଜା ପାଳନ ହେବ। କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ନିଜର ସମ୍ବୋଧନରେ ପାର୍ବଣ କେମିତ ପାଳନ କରାଯାଇପାରିବ, ସେନେଇ କିଛି କହିପାରନ୍ତି। କାରଣ ବିଗତ ଦିନରେ ସତର୍କତା ଅବଳମ୍ବନ କରାନଯିବାରୁ କରୋନା ସଂକ୍ରମଣ ବଢ଼ିଥିଲା।