ଶ୍ରୀନଗରର ଚନପୋରାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର

ଶ୍ରୀନଗର,ଏଜେନ୍ସି: ବିଗତ ଦିନରେ ଆତଙ୍କବାଦୀଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ଉପରେ କରାଯାଇଥିବା ଆକ୍ରମଣ ଓ ଏକାଧିକ ହତ୍ୟା ପରେ ସୁରକ୍ଷାବାହିନୀ ତରଫରୁ ଆତଙ୍କବାଦୀଙ୍କ ବିରୋଧରେ ଜୋରଦାର ଅପରେସନ ଜାରି ରହିଛି। ସୁରକ୍ଷାବାହିନୀର ଯୁଗ୍ମ ଟିମ ପକ୍ଷରୁ ଗୁରୁବାର ଶ୍ରୀନଗରର ଚନପୋରା ଅଞ୍ଚଳରେ ଆତଙ୍କବାଦୀଙ୍କୁ ଖୋଜାଚାଲିଥିବା ବେଳେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି।

ଜମୁ କଶ୍ମୀର ପୁଲିସ ଓ ସିଆରପିଏଫ ଘେରି ଥିବା ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରିଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଥିଲା। ପରେ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡ଼ନ କରାଯାଇଥିବା ବେଳେ ଏନକାଉଣ୍ଟର ଆରମ୍ଭ ହୋଇଯାଇଥିଲା। ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷା ବାହିନୀ ଉପରକୁ ଗୁଳି କରିଥିଲେ।