Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୬ରେ ଯାଜପୁରର ସମସ୍ତ ଥାନାରେ ଏସପିଙ୍କ ନାଁରେ ଦିଆଯିବ ଏତଲା: ବିଜେପି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୬ରେ ଯାଜପୁରର ସମସ୍ତ ଥାନାରେ ଏସପିଙ୍କ ନାଁରେ ଦିଆଯିବ ଏତଲା: ବିଜେପି

‘ସ୍ମିତାରାଣୀଙ୍କ ହତ୍ୟାକାଣ୍ଡର ଯାଞ୍ଚ ବ୍ୟକ୍ତିଗତ ଆଧାରରେ କରାନଯାଉ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିଇଓ ସ୍ମିତାରାଣୀଙ୍କ ଗଣଦୁର୍ଷ୍କମ ଏବଂ ହତ୍ୟାସ୍ଥଳୀରେ ରଙ୍ଗଶାଳା ସାଜିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ବିଜେଡି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓରଫ ନାଣ୍ଡୁ ବ୍ୟତୀତ ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଏବଂ ରାମକୋ ସିଂମେଟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଥିଲେ। ଘଟଣାରେ ରୂପେଶ ଭଦ୍ରକୁ ଗିରଫ କରାଯାଇଥିବା ସମୟରେ ଆଉ ୪ ଜଣଙ୍କୁ ପୋଲିସ କଣ ପାଇଁ ଗିରଫ କରିନାହିଁ।

ଅନ୍ୟପଟେ ଯାଜପୁର ଏସପି ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରିଛନ୍ତି। ଜଣେ ସରକାରୀ କାର୍ଯ୍ୟରତ ସରକାରୀ ଅଫିସରଙ୍କୁ ହତ୍ୟା କରିବା ପରେ ବି ରାଜ୍ୟସରକାର ନୀରବ ରହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ଭାବେ ମୃତକ ସ୍ମିତାରାଣୀ କାର୍ଯ୍ୟ କରୁଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟସରକାର ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ ନକରି ବୃତିଗତ ଆଧାରରେ ତଦନ୍ତ କରନ୍ତୁ ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟସରକାର ମହିଳା ସଶକ୍ତିକରଣ , ମୋ ସରକାର, ମୋ ପୋଲିସ ଏବଂ ୫ଟି କଥା କହୁଥିବାବେଳେ ଏକ ସରକାରୀ ମହିଳାଙ୍କ ମୃତ୍ୟୁପରେ ଜଣେ ବି ସରକାରୀ ଅଧିକାରୀ ତାଙ୍କ ପରିବାରକୁ ନଭେଟିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ମୃତକ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଯାଜପୁର ଏସପି ଘଟଣାକୁ ଚପାଇ ଦେବା ପାଇଁ ବିଭିନ୍ନ ପ୍ରକାର ଅପଚେଷ୍ଟା କରିଛନ୍ତି। ମହିଳା କମିଶନ ଘଟଣାସ୍ଥଳକୁ ଯାଇଥିଲେ ବି ପରିବାର ଲୋକଙ୍କ ସହ ଏ ପର୍ଯ୍ୟନ୍ତ ଭେଟି ନାହାନ୍ତି। ପୋଲିସ ଡିଜି ମଧ୍ୟ ମୃତକ ସ୍ମିତାରାଣୀଙ୍କ ସ୍ୱାମୀଙ୍କୁ ଦେଖା କରିବାକୁ ସମୟ ଦେଇନାହାନ୍ତି । ଘଟଣାକୁ ୭ ଦିନ ବିତିଥିଲେ ବି ରାଜ୍ୟ ସରକାର, ଜିଲ୍ଲା ପୋଲିସ, ଜିଲ୍ଲା ପ୍ରଶାସନ ଏପର୍ଯନ୍ତ ବାକି ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ।

ରାଜ୍ୟସରକାର ସମ୍ବେଦନହୀନ ହୋଇ କାର୍ଯ୍ୟ କରୁଛନ୍ତି। କୌଣସି ସରକାରୀ ସ୍କିମ୍ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଯୋଡିବା ଲାଗି ତାଙ୍କୁ ଜୋରଜବରଦସ୍ତି କରାଯାଇଥିବା କୌଣସି କାରଣରୁ ତାଙ୍କ ଉପରେ ଚାପ ପଡିଛି ସେ ସେଥିରେ ରାଜି ନହେବାରୁ ତାଙ୍କୁ ରୂପେଶ ଭଦ୍ର ଏବଂ ତାଙ୍କ ସହେଯାଗୀ ହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ୱାମୀ ମାନବଧିକାର କମିଶନଙ୍କ ପାଖରେ ଅଭିଯୋଗ କରିଛନ୍ତି। ସ୍ମିତାରାଣୀର ହତ୍ୟା ବେଳେ ଗେଷ୍ଟ ହାଉସରେ ଥିବା ବିଜେଡି ନେତା ଏବଂ ରାମକୋ ଅଧିକାରୀଙ୍କୁ ଜେରା ନକରି ପୋଲିସ ମୃତକଙ୍କ ସ୍ୱାମୀଙ୍କୁ ଜେରା କରୁଛି।

ଯେଉଁ ଗେଷ୍ଟ ହାଉସରେ ଏଭଳି ହତ୍ୟାକାଣ୍ଡ ଘଟିଛି ସେ ଘରକୁ ପୋଲିସ ଏପର୍ଯ୍ୟନ୍ତ ସିଲ୍ କରିନାହିଁ। ସେହିପରି ମରଶରୀର ବୁହା ହୋଇଥିବା ସ୍କର୍ପିଓ ଗାଡିକୁ ପୋଲିସ ଜବତ କରିନାହିଁ। ଏହି ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ହାତ ରହିଛି ବୋଲି ସନ୍ଦେହ ହେଉଛି। ଜିଲ୍ଲା ଏସପି ଗଣମାଧ୍ୟମରେ ମୃତକ ସ୍ମିତାରାଣୀଙ୍କ ଚରିତ୍ରକୁ ଆକ୍ଷେପ କରି ବକ୍ତବ୍ୟ ଦେବା ସହ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିଥିବାରୁ ତାଙ୍କ ବିରୁଦ୍ଧରେ ଆସନ୍ତା ୨୬ ତାରିଖ ଦିନ ଜିଲ୍ଲାର ସମସ୍ତ ଥାନାରେ ବିଜେପି ପକ୍ଷରୁ ଜିଲ୍ଲା ଏସପି ଚରଣ ସିଂହ ମୀନାଙ୍କ ନାଁରେ ଏତଲା ଦିଆଯିବ ବୋଲି ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ସୂଚନା ଦେଇଛନ୍ତି ।