Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଏସଏନଏଲ ଉପରୁ ଟଳିଲା ବଡଧରଣର ବିପଦ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଏସଏନଏଲ ଉପରୁ ଟଳିଲା ବଡଧରଣର ବିପଦ

୧୫ ହଜାର କୋଟିର ପ୍ୟାକେଜକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ବିତ୍ତୀୟ ସମସ୍ୟା ମଧ୍ୟରେ ଥିବା ଦୂରସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ଏବଂ ମହାନଗର ଟେଲିଫୋନ୍ ନିଗମ ଲିମିଟେଡ୍ (ଏମଟିଏନଏଲ୍)କୁ କେନ୍ଦ୍ର ସରକାର ଏକ ବଡ଼ଧରଣର ଆଶ୍ୱସ୍ତି ଦେଇଛନ୍ତି। କର୍ମଚାରୀମାନଙ୍କୁ ସେପ୍ଟେମ୍ବର ମାସର ଦରମା ଦେବାକୁ ପାଖରେ ଟଙ୍କା ନଥିବା ଏହି ଦୁଇ କମ୍ପାନୀକୁ ପରସ୍ପର ସହିତ ମିଶ୍ରଣ କରିବା ଲାଗି କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ମଞ୍ଜୁରୀ ଦେଇଛନ୍ତି। ଏଥିସହିତ ବିଏସଏନଏଲ୍ ଓ ଏମଟିଏନଏଲର ପୁନରୁଦ୍ଧାର ଯୋଜନାକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ଏବଂ ଉଭୟ କମ୍ପାନୀକୁ ସରକାରୀ ବଣ୍ଡ୍ ଜରିଆରେ ୧୫ ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଦେବା ଲାଗି ଘୋଷଣା କରିଛନ୍ତି।

ସେହିପରି ଆସନ୍ତା ୪ ବର୍ଷ ମଧ୍ୟରେ ୩୮ ହଜାର କୋଟି ଟଙ୍କା ସମ୍ପତ୍ତିର ମୁଦ୍ରୀକରଣ ପାଇଁ ମଧ୍ୟ ଘୋଷଣା କରାଯାଇଛି। ଏହା ଅନ୍ତର୍ଗତ ବିଏସଏନଏଲ୍ ପାଇଁ ୧୦ ହଜାର କୋଟି ଟଙ୍କା ଏବଂ ଏମଟିଏନଏଲ୍ ପାଇଁ ୪ ହଜାର କୋଟି ଟଙ୍କା ପ୍ରଦାନ କରାଯିବ। କର୍ମଚାରୀମାନଙ୍କୁ ସ୍ୱେଚ୍ଛାକୃତ ଅବସର ଯୋଜନା (ଭିଆରଏସ୍) ପାଇଁ ଏହି ପ୍ୟାକେଜର ବ୍ୟବହାର କରାଯିବ। ଏହାବ୍ୟତୀତ ଚତୁର୍ଥ ପିଢ଼ି (୪ଜି) ଏୟାରୱେଭର ଆବଣ୍ଟନ ମଧ୍ୟ ଏଥିରେ ସାମିଲ ଅଛି ବୋଲି ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚିତ କରିଛନ୍ତି।

ଦୂରସଞ୍ଚାର ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ, ଉଭୟ କମ୍ପାନୀ ସମ୍ପର୍କରେ ସରକାର ସ୍ପଷ୍ଟ ଚିନ୍ତାଧାରା ରଖିଛନ୍ତି। ଏହି ଦୁଇ କମ୍ପାନୀ ସରକାରଙ୍କ ସମ୍ପତ୍ତି ହୋଇଥିବାବେଳେ ଉଭୟ କମ୍ପାନୀକୁ ବନ୍ଦ କରାଯିବ ନାହିଁ ଏବଂ ଏହାକୁ ବିକ୍ରି ମଧ୍ୟ କରାଯିବ ନାହିଁ। ଏଥିସହ ୪ଜି ସ୍ପେକ୍ଟ୍ରମର ଆବଣ୍ଟନ କରାଯିବ। ବିଏସଏନଏଲ ଏବଂ ଏମଟିଏନଏଲର ପରସ୍ପର ସହିତ ମିଶ୍ରଣ କରାଯିବ, କିନ୍ତୁ ଏଥିପାଇଁ ସ୍ୱଳ୍ପ ସମୟ ଲାଗିବ। କିଛିଦିନ ପୂର୍ବେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଏସଏନଏଲକୁ ନେଇ କହିଥିଲେ ଯେ ଏହା ଦେଶର ରଣନୀତିକ ହିତ ପକ୍ଷେ ରହିଛି ଏବଂ ସରକାର ଏହାର ନିଷ୍କର୍ସ ବାହାର କରିବା ପାଇଁ ଯୋଜନା ଚଳାଇଛନ୍ତି। ଆଇନ ଏବଂ ଦୂରସଞ୍ଚାର ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରୁଥିବା ରବିଶଙ୍କର ପ୍ରସାଦ ଦୂରସଞ୍ଚାର କ୍ଷେତ୍ରରେ ସଂକଟ ରହିଛି ବୋଲି ମଧ୍ୟ ସ୍ୱୀକାର କରିଥିଲେ।

ବର୍ତ୍ତମାନ ସମୟରେ ବିଏସଏନଏଲର ଦେଶବ୍ୟାପୀ ପ୍ରାୟ ୧.୭୬ ଲକ୍ଷ କର୍ମଚାରୀ ରହିଥିବାବେଳେ ଏମଟିଏନଏଲର ପ୍ରାୟ ୨୨ ହଜାର କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ମାତ୍ର ଉଭୟ ଏମଟିଏନଏଲ୍ ଏବଂ ବିଏସଏନଏଲକୁ କ୍ରମାଗତ କ୍ଷତି ସହିବାକୁ ପଡ଼ୁଛି। ଏହାଦ୍ୱାରା ବିଗତ କିଛି ସମୟ ଧରି କମ୍ପାନୀଗୁଡ଼ିକୁ ସେମାନଙ୍କ କର୍ମଚାରୀମାନଙ୍କୁ ଦରମା ଦେବାରେ ଅନେକ ସମସ୍ୟା ହେଉଛି। ବର୍ତ୍ତମାନ ସୁଦ୍ଧା କର୍ମଚାରୀମାନଙ୍କୁ ସେପ୍ଟେମ୍ବର ମାସର ଦରମା ଦିଆଯାଇନଥିବାବେଳେ ଦୀପାବଳି ପୂର୍ବରୁ କର୍ମଚାରୀମାନଙ୍କୁ ଏହି ମାସର ଦରମା ଦିଆଯିବ ବୋଲି ବିଏସଏନଏଲର ଅଧ୍ୟକ୍ଷ ଏବଂ ଏମଡି ପିକେ ପୁରବର କହିଥିଲେ।

ତେବେ ରାଷ୍ଟ୍ରାୟତ୍ତ କମ୍ପାନୀଦ୍ୱୟର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏହାକୁ କ୍ଷତି ମଧ୍ୟରୁ ବାହାର କରିବା ଲାଗି ସରକାର ୧୫ ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଦେବାକୁ ଘୋଷଣା କରିଛନ୍ତି। ଅପରପକ୍ଷେ ୪ଜି ସ୍ପେକ୍ଟ୍ରମ୍ ଆବଣ୍ଟନ ପାଇଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିବାବେଳେ ୨୦୧୬ର ମୂଲ୍ୟ ଆକାରରେ ପ୍ରଶାସନିକ ଆବଣ୍ଟନ ଆଧାରରେ ଏହାର ଆବଣ୍ଟନ କରାଯିବ।