ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ପୌରପରିଷଦର ୧ ନମ୍ବର ୱାର୍ଡର ସରବାହାଲଠାରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି। ଉକ୍ତ କାର୍ଯକ୍ରମ ସରବାହାଲସ୍ଥିତ ଦୁର୍ଗା ପୂଜା ମଣ୍ଡପଠାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା। ଏଥିରେ ଓଡ଼ିଶାର ଲକ୍ଷାଧିକ ପରିବାର ଉପକୃତ ହେବେ। ଏହି କାର୍ଯକ୍ରମରେ ଝାରସୁଗୁଡ଼ା ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡିଆ, ତାପସ ରାୟ ଚୌଧୁରୀ, ସନ୍ଦୀବ ଅବସ୍ତୀ, ରଘୁମନୀ ପଟେଲ, ରାଜୁ ପାଣିଗ୍ରାହୀ, ହରିଶ ଗଣତ୍ରା, ଅରବିନ୍ଦ ବାରିକ, ପ୍ରତାପ ନନ୍ଦ, ରବୀନ୍ଦ୍ର ଦୀକ୍ଷିତ ଓ ମଦନ ହାତୀ ପ୍ରମୁଖଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।