ଶିମିଳିପାଳ ନିଆଁରେ ପାଟଣା ଓ ସାହାରପଡ଼ା ଅଞ୍ଚଳ ପ୍ରଭାବିତ, ଧୂଆଁରେ ଅଣନିଶ୍ୱାସୀ ଲୋକେ

ପାଟଣା,ଏନ୍ଏନ୍ଏସ୍: ଗତ କିଛିଦିନ ଧରି ଶିମିଳିପାଳ ବନାଞ୍ଚଳ ଜଳୁଥିବା ବେଳେ ଏହାର ପ୍ରଭାବରେ ଚତୁର୍ଦ୍ଦିଗ ଧୂଆଁରେ ଆଚ୍ଛାଦିତ ହୋଇପଡିଛି। ଶିମିଳିପାଳର ସୀମାନ୍ତରେ ଥିବା ଅଞ୍ଚଳର ଗ୍ରାମଗୁଡିକ ଧୂଆଁମୟ ହୋଇପଡ଼ିଛି। ଏହି ଧୂଆଁ ଏବେ ସାରା ଅଞ୍ଚଳରେ କୁହୁଡିର ଭ୍ରମ ସୃଷ୍ଟି କରିଛି। ଏହାର ପ୍ରଭାବରେ ଲୋକଙ୍କ ଆଖି ପୋଡୁଥିବା ପ୍ରକାଶ କରିଛନ୍ତି ଲୋକେ।

ବିଶେଷ କରି ପାଟଣା ରେଞ୍ଜ ଦାମାହୁଦା, ମାଛଗଡ଼, ଗୋଜାପଥର, ବେଲସରେଇ, ଉଚ୍ଚାଟାଙ୍ଗର ଆଦି ଗ୍ରାମର ଲୋକେ ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି। ଲୋକମାନେ ନିଶ୍ଵାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାବେଳେ ରାସ୍ତାରେ ଯାଉଥିବା ବାଇକ ଚାଳକମାନଙ୍କୁ ସ୍ପଷ୍ଟ ଦେଖାଯାଉନାହିିଁ। ଫଳରେ ସଡ଼କ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି। ଅତିଶୀଘ୍ର ନିଆଁକୁ ଆୟତ୍ତ ନ କରାଗଲେ ଏହାର କୁପ୍ରଭାବ ଜୀବଜଗତ ଓ ପରିବେଶ ଉପରେ ପଡିବ ବୋଲି କୁହାଯାଉଛି।