ଜଳିଗଲା ରାସ୍ତାକଡ଼ରେ ଲଗାଯାଇଥିବା ଶହ ଶହ ଚାରା ଗଛ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଧନୁର୍ଜୟପୁର ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଲଗାଯାଇଥିବା ଶହ ଶହ ଚାରା ଗଛ ନିଆଁ ଲାଗି ଜଳି ପୋଡି ଧ୍ବଂସ ହୋଇଯାଇଛି। ଖବରପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତବେଳକୁ ଗଛଗୁଡ଼ିକ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା। ୪୯ ନମ୍ବର ରାଜପଥର ସମ୍ପ୍ରସାରଣ ବେଳେ ରାଜପଥ କଡ଼ରେ ଥିବା ଅନେକ ଗଛ କଟାଯିବା ପରେ ରାସ୍ତା କଡରେ ନୂତନ ଗଛ ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଓଏଫଡିସି ପକ୍ଷରୁ ଏଠାରେ ଗଛ ଲଗାଯାଇଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ।