ସିହିନି ମହିଳା ଫୁଟବଲ ଟିମ୍ ହେଲା ଚାମ୍ପିୟାନ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନିରେ ଝିଅଙ୍କର ଫୁଟବଲ ଖେଳ ପ୍ରତି ଅନେକ ଦୁର୍ବଳତା ରହିଛି । ଏହିକ୍ରମେ ସିହିନିର ମହିଳା ଫୁଟବଲ ଦଳ ଜିଲ୍ଲାସ୍ତରରେ ଚମ୍ପିୟାନ ହେବା ଟିଟିଲାଗଡ଼ ବ୍ଲକ ଅଞ୍ଚଳବାସୀଙ୍କ ପାଇଁ ଉତ୍ସାହର ବିଷୟ ହୋଇଛି । ଏହି ଦଳରେ ଆରତି ମାଝୀ, ପାୟଲ ଛତ୍ରିଆ, ବବିତା ଜାନୀ, ଧନିତା ଭୋଇ, ଟୁନି ଛତ୍ରିଆ, ମଲିକା ବାଗ, ଲଭଲି ମାଝୀ, ପୂଜା ଭୋଇ, ସନ୍ତୋଷିନୀ ପୌଢ଼, ମାମି ଭୋଇ, ନିରୁପମା ମାଝୀ, ହେମବତି କଟା, ସବିତା ମାଝୀ ଓ ମ୍ୟାନେଜର ରାଜେଶ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ । ଟିଟିଲାଗଡ଼ ବ୍ଲକର ମହିଳା ଟିମ୍ ଜିଲ୍ଲାସ୍ତରରେ ଚମ୍ପିୟାନ ହୋଇଥିବା ନେଇ ରାଜ୍ୟ ଜଳସମ୍ପଦ, ପରିବହନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଅରୁଣ ମିଶ୍ର, ଟିଟିଲାଗଡ଼ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ମେଜର ଡା. ମଧସୁଦନ ମିଶ୍ର, ବ୍ଲକ ସରପଞ୍ଚଞ୍ଚସଂଘ ସମ୍ପାଦକ ନରେଶ ଅଗ୍ରୱାଲ, ସମାଜସେବୀ ହରି ନାରାୟଣ ମିଶ୍ର, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ହେମେନ୍ଦ୍ର ହାଂସଦା ଓ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସନ୍ତୋଷ ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳାଙ୍କ ସମ୍ମାନକୁ ଅଗ୍ରାଧିକାର ଦେଇ ଆସିଥିବା କହିଛନ୍ତି । ଜିଲାସ୍ତରରେ ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳର ମହିଳା ଦଳ କୃତିତ୍ୱ ହାସଲ କରିଥିବା ନେଇ ଉପଜିଲାପାଳ ଦୟାମୟ ପାଢ଼ୀ କ୍ରୀଡ଼ାବିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।