ତୈଳ ଦର ବୃଦ୍ଧିକୁ ନେଇ ସଇଁନ୍ତଳା କଂଗ୍ରେସର ଦସ୍ତଖସ୍ତ ଅଭିଯାନ

ସଇଁନ୍ତଳା,ଏନ୍ଏନ୍ଏସ୍: ସାରା ଦେଶରେ ଦିନକୁଦିନ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବଢ଼ି ଚାଲିଛି। ସେଥିପାଇଁ ଏହାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ ପେଟ୍ରୋଲ ପମ୍ପଠାରେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ ଓ ସଇଁନ୍ତଳା ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀଙ୍କ ସଭାପତିତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ କଂଗ୍ରେସ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦସ୍ତଖସ୍ତ ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ମିଡିଆସେଲ ସଂଯୋଜକ ସୁବ୍ରତ ବେହେରା, ପୂର୍ବତନ ସରପଞ୍ଚ ମୁକୁନ୍ଦ ନାଗ, ଚନ୍ଦ୍ର ଚନ୍ଦନ ଓ ବେଲଗାଁ ସମିତି ସଭ୍ୟ ଦିପକ ଅଗ୍ରୱାଲ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।