ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୫ ଲକ୍ଷ କୃଷକଙ୍କ ବିଦ୍ୟୁତ୍ ବିଲରେ ପ୍ରତି ମାସରେ ମିଳିବ ୧୦୦୦ ଟଙ୍କାର ସବସିଡ଼ି

ରାଜସ୍ଥାନ,ଏଜେନ୍ସି: ରାଜ୍ୟର ଲକ୍ଷାଧିକ ଚାଷୀଙ୍କୁ ବିଦ୍ୟୁତ୍ ବିଲରେ ବଡ଼ ଆରାମ ଦେଇଛନ୍ତି ରାଜସ୍ଥାନ ସରକାର। ଏହି ପରିପ୍ରେକ୍ଷୀରେ ଆଜି ‘ମୁଖ୍ୟମନ୍ତ୍ରୀ କିସାନ ମିତ୍ର ଏନର୍ଜି ଯୋଜନା’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଏହି ଯୋଜନା ଅନୁସାରେ ରାଜ୍ୟର ପ୍ରତ୍ୟେକ ଚାଷୀ ପରିବାରର ବିଦ୍ୟୁତ୍ ବିଲରେ ସରକାରଙ୍କ ତରଫରୁ ପ୍ରତିମାସ ୧ ହଜାର ଟଙ୍କାର ସବସିଡ଼ି ଦିଆଯିବ। ଏହି ସବସିଡ଼ି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଏହି ଯୋଜନା ମେ’ ମାସର ବିଲରୁ ଲାଗୁହେବ।

ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହିତ ଶ୍ରୀ ଗେହଲଟ କହିଛନ୍ତି କି କୃଷକ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା ଅଟେ। ଏହି ଯୋଜନାରେ ପ୍ରତିବର୍ଷ ୧୪୫୦ କୋଟି ଟଙ୍କା ଅତିରିକ୍ତ ଅନୁଦାନ ଦିଆଯିବ।