ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଅନୁଷ୍ଠିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଭାଗବତ ସପ୍ତାହ ପରିଚାଳନା କମିଟି ଓ ବଜରଙ୍ଗ କମିଟି ଆନୁକୂଲ୍ୟରେ ଗୋପାଳଜୀ ମନ୍ଦିର ପରିସରରେ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଶୁଭାରମ୍ଭ ହୋଇଯାଇଛି । ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କଥାବାଚକ ବ୍ୟାସ ନୀଳ ମାଧବ ନାୟକ ଓ ବ୍ରହ୍ମଚାରି ସୁଶୀଲ ଚୈତନ୍ୟ ଭାଗବତ ପୁରାଣ ପଠନ କରୁଥିବାବେଳେ ଆଧ୍ୟାତ୍ମିକ ପରିବେଶରେ ଉପସ୍ଥିତ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଆତ୍ମବିଭୋର ହୋଇ ଭଗବତ ଛାନ୍ଦ ତାଳେ ତାଳେ ନୃତ୍ୟରତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଗତକାଲି ମହିଳା ଶ୍ରଦ୍ଧାଳୁମାନେ ପ୍ରଧାନପାଟ ଜଳ ପ୍ରପାତରୁ କଳସରେ ଜଳ ସଂଗ୍ରହ କରି ଏକ ବିରାଟ ପଟୁଆରରେ ମନ୍ଦିର ପରିସରରେ କଳସ ସ୍ଥାପନା କରିଥିଲେ ।