ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନ ସମିତି ତରଫରୁ ବିକ୍ଷୋଭ ପ୍ରଦର୍ଶନ

କନ୍ଧମାଳ,ଫୁଲବାଣୀ,ଏନ୍‌ଏନ୍‌ଏସ୍‌: କାମିୟା ଯାନୀଙ୍କୁ ରାଜ୍ୟ ସରାକାରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମରେ ସନାତନ ଧର୍ମର ସ୍ୱାଭିମାନ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇ ମହାପ୍ରସାଦ ଖୁଆଇଥିବା ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅପମାନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବୀରେ କନ୍ଧମାଳ ଜିଲ୍ଲା ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନ ସମିତି ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ସମୟରେ ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନର ସମ୍ପାଦକ ଶିବାଶିଷ ପଣ୍ଡା, ସୁନୀଲ ପଟ୍ଟନାୟକ, ବରିଷ୍ଠ ନାଗରିକ ସଭାପତି କମଳାକାନ୍ତ ପାଣ୍ଡେ, ଗୋପାଳ ଷଡ଼ଙ୍ଗୀ, ରାଜବୀର ମାଝୀ, ଜଗନ୍ନାଥ ସାହୁ, ଗଞ୍ଜାମ ବିଭାଗ ସହପ୍ରଚାରକ ମୁନୀନ୍ଦ୍ର ଶବର, କର୍ଣ୍ଣ ପ୍ରଧାନ, ରତନ ଚୌଧୁରୀ, ଭିକି ସାହୁ, ଜଗନ୍ନାଥ ସାହୁ, ବନ ମହାନ୍ତି, ପରେଶ ମହାପାତ୍ର, ସୌରଭ ପଟ୍ଟନାୟକ ଓ ସ୍ୱାଗତିକା ନାୟକ ଆଦି ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ । ଏହାସହ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।