ଦେବଗଡ଼ରେ ଅଗ୍ରପୂଜ୍ୟଙ୍କ ମେଲାଣି

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ରେ ଆଜି ଶ୍ରୀ ଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେଉଛି । ପୂଜା ମଣ୍ଡପରେ ପୂର୍ଣ୍ଣାହୁତି ପରେ ଅପରାହ୍ନରେ ଗଣେଶଙ୍କ ମୂର୍ତ୍ତିକୁ ଏକ ସୁସଜ୍ଜିତ ଗାଡ଼ିରେ ସହରର ବିଭିନ୍ନ ସାହି ଗଳି ଦେଇ ପରିକ୍ରମା କରାଇବା ପରେ କଚେରୀ ନିକଟସ୍ଥ ପୋଖରୀରେ ବିସର୍ଜନ କରାଯାଇଛି । ଭସାଣି ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାଂସ୍କୃତିକ ଓ ନୃତ୍ୟ ଦଳ ସାମିଲ ହୋଇ ନିଜ ନିଜ କଳା ପ୍ରଦର୍ଶନ କରିଥିବାବେଳେ ମେଳା ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ସଦସ୍ୟମାନେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଶାନ୍ତି ଶୃଙ୍ଖଳା ସହକାରେ ଶୋଭାଯାତ୍ରା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ୪ ପ୍ଲାଟୁନ ପୁଲିସ ବଳ ମୁତୟନ କରାଯିବା ସହ ଜଣେ ଅତିରିକ୍ତ ଏସପି, ୨ଜଣ ଡିଏସପି, ୨ଜଣ ଇନ୍ସପେକ୍ଟର ଓ ୫ଜଣ ସବଇନ୍ସପେକ୍ଟରଙ୍କ ନେତୃତ୍ୱରେ ଭସାଣି ଶୋଭାଯାତ୍ରାରେ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି ।