ଅଣ୍ଟାରେ ଆଘତ ଯୋଗୁ ରାଷ୍ଟ୍ରୀୟ ଖେଳରୁ ନୀରଜ ଆଉଟ୍‌

ନୂଆଦିଲ୍ଲୀ: ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରା ଅଣ୍ଟାରେ ଆଘାତ ଯୋଗୁ ରାଷ୍ଟ୍ରୀୟ ଖେଳରେ ଅଂଶଗ୍ରହଣ କରିବେନି । ଗତକାଲି ଜ୍ୟୁରିଖରେ ଆୟୋଜିତ ହୋଇଥିବା ପ୍ରତିଷ୍ଠିତ ଡାଇମଣ୍ଡ ଲିଗ ଫାଇନାଲରେ ଟାଇଟେଲ ଜିତି ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି । ଏଥିସହିତ ନୀରଜ ହେଉଛନ୍ତି ଏହି ଟାଟେଲ ଜିତିଥିବା ପ୍ରଥମ ଭାରତୀୟ ।

ନୀରଜ ଚୋପ୍ରାଙ୍କୁ ରାଷ୍ଟ୍ରୀୟ ଖେଳ ନେଇ ପ୍ରଶ୍ନ ପଚାରିବାରୁ ସେ କହିଥିଲେ ଯେ, ରାଷ୍ଟ୍ରୀୟ ଖେଳ ପାଖେଇ ଆସୁଛି । ମୁଁ ଏବେ ଅଣ୍ଟା ଆଘାତରୁ ଠିକ୍ ହେଉଛି । ମୁଁ ଗୋଟିଏ କିମ୍ବା ୨ ସପ୍ତାହ ପାଇଁ ଟ୍ରେନିଂ କରିପାରିବି ନାହିଁ । ସେଥିପାଇଁ ମୁଖ୍ୟ ରୂପେ ଆଗାମୀ ବର୍ଷ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଗୁଜରାଟର ବିଭିନ୍ନ ସହରରେ ରାଷ୍ଟ୍ରୀୟ ଖେଳ ଆୟୋଜିତ ହେବ ।