ଟ୍ରେନରେ ସର୍ଟସର୍କିଟ: ସିଲେଟପଡା ଠାରେ ୩ ଘଣ୍ଟା ଅଟକିଲା ଟ୍ରେନ୍

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେଲୱେ ଷ୍ଟେସନ ନିକଟ ସିଲେଟପଡା ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟ୍ରେନରେ ସର୍ଟସର୍କିଟ ଯୋଗୁଁ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ ଅଟକି ଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ଅବସ୍ଥାରେ ରହିଥିଲେ। ଟିଟିଲାଗଡ଼-ବଲାଙ୍ଗିର ପାଇଁ ଟ୍ରେନ ଚଳାଚଳ ବନ୍ଦ ହୋଇ ପଡ଼ିଥିଲା।

ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ଣ ୩ଟାରେ ସଇଁନ୍ତଲା ଅଞ୍ଚଳରେ ଅଦିନିଆ ବର୍ଷା ହୋଇଥିଲା। ତେବେ ୩.୪୫ରେ ଟ୍ରେନଟି ସିଲେଟପଡା ଅଭିମୁଖେ ପହଞ୍ଚିଥିଲା। ଏକ ଓଭରବ୍ରିଜରେ ଟ୍ରେନ ଏକ ପାର୍ଟରେ ଜୋରରେ ଧକ୍କା ଲାଗିଥିଲା ଯାହା ଫଳରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଯାତ୍ରୀମାନଙ୍କ କହିବା ଅନୁଯାୟୀ, ଏକ ବିରାଟ ଶବ୍ଦ ଶୁଭିଥିଲା ଏବଂ ଅଘଟଣରୁ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନେ ବର୍ତ୍ତିଯାଇଥିବା ଯାତ୍ରୀ ମାନେ କହିଛନ୍ତି।

ଦୀର୍ଘ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଟ୍ରେନଟି ଅଟକି ଥିବାବେଳେ ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇନଥିଲା। ଏକ ପଟରେ ଟ୍ରେନଟି ଢଳି ପଡିଯାଇଥିବା ଅନୁମାନ କରାଯାଇଥିଲା।ଏଭଳି ଅଭାବନୀୟ ଘଟଣାରୁ ଯାତ୍ରୀମାନେ ବର୍ତ୍ତି ଯାଇଥିବା ବେଳେ ବିଳମ୍ବରେ ଟ୍ରେନ ଗଡି ଥିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ଏହି ଟ୍ରେନଟି ନାନଦେଡ-ସମ୍ବଲପୁର ଅଭିମୁଖେ ଯାତ୍ରା କରୁଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ସଇଁନ୍ତଲା, ଟିଟିଲାଗଡ଼, ବଲାଙ୍ଗିର, ସମ୍ବଲପୁର ଟ୍ରେନ ଚଳାଚଳ ବନ୍ଦ ରହିଛି। ରେଲୱେ ବିଭାଗ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି।