ବଙ୍ଗୋମୁଣ୍ଡାରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ

ବଙ୍ଗୋମୁଣ୍ଡା,ଏନ୍ଏନ୍ଏସ୍: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଦିବସକୁ ବଙ୍ଗୋମୁଣ୍ଡା ବିଜେଡି ପକ୍ଷରୁ ବଙ୍ଗୋମୁଣ୍ଡା ଦ୍ୱାରସେନି ମନ୍ଦିର ପରିସରରେ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି।

ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ତଥା ବଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଅଜିତ କୁମାର ଯୋଶୀ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ଅଶୋକ ଛୁରା, କ୍ଷୀର ସାହୁ, ପ୍ରେମିଶ ଚନ୍ଦ୍ର ବାଗ, ବାଳକୃଷ୍ଣ ଭାଟି, ରାମଚନ୍ଦ୍ର ରଣା, ମୟ ପୁଟେଲ, କାହ୍ନା ଅଗ୍ରୱାଲ, ଶେଖର ଶର୍ମା, ସନାନ ସା, ମନୋଜ ସାହୁ, ଜତି ପୁଟେଲ ପ୍ରମୁଖ ଯୋଗଦେଇଥିଲେ। ବିଜେଡିର ବହୁ ନେତା ଓ କର୍ମୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।