ଗଞ୍ଜାମର ସହରାଞ୍ଚଳରେ ଦିନ ୨ଟାରୁ ସକାଳ ୫ ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମର ସହରାଞ୍ଚଳରେ ଏଣିକି ଦିନ ୨ଟାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର। ଗଞ୍ଜାମ ଜିଲ୍ଲାରେ କିଛି ଦିନର ବ୍ୟବଧାନ ପରେ ପୁଣି କରୋନା ସଂକ୍ରମଣ ଭୟ ଘାରିଛି। ଗତବର୍ଷ ଜିଲ୍ଲାରେ ଯେଉଁଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ତାକୁ ଏଡାଇବାକୁ ବିଭିନ୍ନ ସହରାଞ୍ଚଳ ବ୍ୟବସାୟିକ ସଙ୍ଘ ଏବଂ ବୁଲାବିକାଳି ସଂଘ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

କୋଭିଡ ସଂକ୍ରମଣ ଚେନ ଭାଙ୍ଗିବାକୁ ବ୍ୟବସାୟିକ ସଂଘ ତରଫରୁ ଏହା ବଡ ପଦକ୍ଷେପ। ଆଜିଠୁ ୧୦ ଦିନ ଯାଏଁ ଦିନ ୨ଟାରୁ ସକାଳ ୫ ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର। ଏହି ପଦକ୍ଷେପକୁ ଟ୍ୱିଟ କରି ସ୍ୱାଗତ କରିଛି ଜିଲ୍ଲା ପ୍ରଶାସନ।