ଲକଡାଉନରେ ଦୋକାନ ଖୋଲି ଜୋରିମାନା ଭରିଲେ ଦୋକାନୀ

ପାଟଣା,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିବାବେଳେ ପାଟଣା ବଜାରରେ ଜଣେ ମୋବାଇଲ ଦୋକାନ ଖୋଲିଥିବାରୁ ପାଟଣା ତହସିଲଦାରଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ସ୍ୱାର୍ଡ ଚଢ଼ଉ କରି ଉକ୍ତ ଦୋକାନୀଙ୍କଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ସେହିପରି ବଜାର ଉପରେ ଥିବା ଏକ କମ୍ପ୍ୟୁଟର ଦୋକାନରେ ୧୦ରୁ ଉର୍ଦ୍ଧ୍ୱ ଯୁବକ ଏକାଠି ହୋଇ କମ୍ପୁଟରରେ ଗେମ୍ ଖେଳୁଥିବା ବେଳେ ଉକ୍ତ କମ୍ପ୍ୟୁଟର ଦୋକାନରୁ ହଜାରେ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଲକଡାଉନ ସମୟରେ ଦୋକାନ ନ ଖୋଲିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିବାବେଳେ କିଛି ଅମାନିଆ ଏହାକୁ ମାନୁ ନଥିବା ଦେଖିବାକୁ ମିଳୁଛି। ଏହି ଚଢ଼ଉରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ପାଟଣା ଥାନା ଏସଆଇ ରଣଜିତ ପଟ୍ଟନାୟକ, ସୁପରଭାଇଜର ବନମାଳି ନାୟକ ଓ ପାଟଣା ରାଜସ୍ୱ ନିରୀକ୍ଷକ ସତ୍ୟବ୍ରତ ସାହୁ ପ୍ରମୁଖ ସାମିଲ ରହି ଜୋରିମାନା ଆଦାୟ କରିଛନ୍ତି।