ଆଖି ବୁଜିଲେ କରୋନା ଯୋଦ୍ଧା ସନ୍ତୋଷ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ତାଲପଟିଆ ଥାନାରେ ସବଇନ୍ସପେକ୍ଟର ପଦବୀରେ କାର୍ଯ୍ୟରତ ସନ୍ତୋଷ କୁମାର ଦେହୁରୀ କରୋନାରେ ପ୍ରାଣ ହରାଇଛନ୍ତି। କିଛିଦିନ ତଳେ ସନ୍ତୋଷ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସନ୍ତୋଷଙ୍କ ସ୍ୱାବ ପରୀକ୍ଷଣ ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିବା ସହ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସନ୍ତୋଷ କରୋନା ଲଢେଇରେ ଜଣେ ସମ୍ମୁଖ ଯୋଦ୍ଧା ଭାବରେ ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି। ତାଙ୍କର ଅକାଳ ବିୟୋଗରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତ।