ବଜ୍ରାଘାତରେ ୧ ମୃତ, ୧ ଗୁରୁତର

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଦର ଥାନା ବରକାନୀ ଗାଁରେ ବିଜୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣ ଗୁରୁତର ଆହତ ହୋଇଛନ୍ତି।ମିଳିଥିବା ରିପୋର୍ଟ ମୁତାବିକ, ବରକାନୀ ଗାଁର ୨ଜଣ ମହିଳା ଗାଧୋଇବା ପାଇଁ ପୋଖରୀକୁ ଯାଇଥିବାବେଳେ ଝଡ଼ ତୋଫାନ ସହିତ ବିଜୁଳି ମାରିଥିଲା। ଆଉ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତ ମହିଳା ଜଣକ ହେଲେ ପାଣିବୁଡ଼ି ମେଶ୍ୱା(୬୫)। ଅନ୍ୟଜଣେ ମହିଳା ହେଲେ ଭୂମିସୁତା ମେଶ୍ୱା। ଭୂମିସୁତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଣିବୁଡ଼ିଙ୍କ ମୃତଦେହକୁ ବଲାଙ୍ଗିର ସଦର ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିଭଳି ଜିଲ୍ଲାର ଡଙ୍ଗିଆବାହାଲ ଗାଁରେ ବଜ୍ରାଘାତରେ କେନ୍ଦୁପତ୍ର ଫଡ଼ି ଘର ପୂରା ଜଳିଯାଇଛି। ଏହାସହିତ ସେଥିରେ ଥିବା ସବୁ କେନ୍ଦୁପତ୍ର ପୋଡ଼ି ଯାଇଛି।