୪ ବର୍ଷ ପରେ ଜେଲରୁ ମୁକୁଳିଲେ ଶଶିକଳା

ନୂଆଦିଲ୍ଲୀ, ଏଜେନ୍ସି: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଶିକଳା ଜେଲରୁ ମୁଳୁଳିଛନ୍ତି। ୨୦୧୭ରେ ଜୟଲଳିତାଙ୍କ ପାଳିତ ସନ୍ତାନ ସୁଧାକରନ୍, ବୋହୂ ଜେ. ଇଲାଭାରସୀଙ୍କ ସହ ମିଶି ୬୬ କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡ ହୋଇଥିଲା। ପ୍ରକାଶ ଯେ, ଗତ ୨୦ ତାରିଖରେ ସେ କରୋନାରେ ସଂକ୍ରମିତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ତାଙ୍କୁ ୧୦ ଦିନ ପରେ ଡ଼ାକ୍ତରଖାନାରୁ ଛଡ଼ାଯିବ।