୧ କିଲୋ ୧୪୦ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଚାନ୍ଦବାଲି ରୋଡରେ ବ୍ରାଉନସୁଗର ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ଧରିଛି। ତାଙ୍କ ପାଖରୁ ୧ କିଲୋ ୧୪୦ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ଅଭିଯୋଗରେ ଏସଟିଏଫ୍ ଟିମ୍ ମୀର୍ ମିନାଜ୍ କାଦ୍ରୀଙ୍କୁ ଗିରଫ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୧ କୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି କୁହାଯାଉଛି। ସେହିଭଳି ଭଦ୍ରକ ଟାଉନ ଥାନା ପୁଲିସ ୬୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଚାରିଘରିଆ ଗ୍ରାମର କମଳାକାନ୍ତ ଦାସ ବାଇକ୍ ଯୋଗେ ବ୍ରାଉନ ସୁଗାର ନେଇ ଯାଉଥିବା ଖବର ପାଇ ଟାଉନ ପୁଲିସ ତାଙ୍କୁ ଧରିଥିଲା। ପରେ ତାଙ୍କର ଅନ୍ୟ ସହଯୋଗୀ ସାତଭଉଣୀ ଗ୍ରାମର କୁନା ମୁଣ୍ଡା, ଅସ୍ତଳ ଗ୍ରାମର ପ୍ରଶାନ୍ତ ବେହେରା ଓ ତାଙ୍କ ପତ୍ନୀ ଗୀତା ବେହେରାଙ୍କୁ ଧରିଥିଲା। ପୁଲିସ ଏମାନଙ୍କଠାରୁ ମୋଟ ୬୧ ଗ୍ରାମ ବ୍ରାଉନ ସୁଗାର ସହିତ ଓଜନ ପଲା, ୨୨ଟି ମୋବାଇଲ ଜବତ କରିଛି। ଟାଉନ ଥାନାର ଏହି ମାମଲା ସମ୍ପର୍କରେ ଏସପି ଚରଣ ସିଂ ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।