ଜୀବନ ସୁରକ୍ଷା ଅଟୋ ସଂଗଠନର ଷ୍ଟିକରିଂ କାର୍ଯ୍ୟକ୍ରମ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଜୀବନ ସୁରକ୍ଷା ଅଟୋ ସଂଗଠନ ପକ୍ଷରୁ ଷ୍ଟିକରିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ରମେଶ ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରାହ୍ମଣୀଗାଁ ସରପଞ୍ଚ ରମେଶ ମାଝୀ ଯୋଗଦେଇ ଷ୍ଟିକର ଉନ୍ମୋଚନ କରିଥିଲେ । ଜୀବନ ସୁରକ୍ଷା ଅଟୋ ସଂଗଠନ ଏହି ଷ୍ଟିକରିଂ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଅଟୋ ଚାଳକଙ୍କୁ ସଚେତନ କରାଇ ନିଜର ଗାଡି କାଗଜପତ୍ର ଅପଡେଟ କରି ସଂଗଠନରେ ସାମିଲ ହୋଇ ଷ୍ଟିକର ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଶତାଧିକ ଅଟୋ ଚାଲକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡିଛି ।

ଯେଉଁ ମାନଙ୍କର କାଗଜପତ୍ର ଅପଡେଟ୍ ନାହିଁ ପରବର୍ତ୍ତୀ ସମୟରେ ସେମାନେ ନିଜର ଡକ୍ୟୁମେଣ୍ଟ ଅପଡେଟ୍ କରିବା ପରେ ଷ୍ଟିକର ଗ୍ରହଣ କରି ସଂଗଠନରେ ସାମିଲ ହୋଇପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ହାତୀମୁଣ୍ଡା ବନରକ୍ଷକ ଶିବପ୍ରସାଦ ଦିଗାଲ, ଗଣମାଧ୍ୟମ ପ୍ରତିନିଧି ଅଶୋକ ସିଂ, ମାଧବ ପାଇକ ପ୍ରମୁଖ ଯୋଗ ଦେଇ ଥିବା ବେଳେ ସଂଗଠନର ପରାମର୍ଶଦାତା ଉଇଲିୟମ ସିଂ, ସମ୍ପାଦକ ସୁଧିର ବେହେରା ,କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପରିଛା ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।