ପୌରାଞ୍ଚଳ ଚଷାସାହି କଣ୍ଟେନମେଣ୍ଟ ଜୋନ ଷୋଘଣା

ଦେବଗଡ଼,ଏନ୍ଏନ୍ଏସ୍:ଆଜି ସଂନ୍ଧ୍ୟାରେ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୭ନଂ ୱାର୍ଡସ୍ଥିତ ପୁରୁଣାଗଡ଼ ଚଷାସାହିରୁ ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଆସନ୍ତା୧୪ ଦିନ ଉକ୍ତ ଅଞ୍ଚଳକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। କରୋନା ଚିହ୍ନଟ ମହିଳାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ସମ୍ପୃକ୍ତ ଅଞ୍ଚଳରେ ମହିଳାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ପୌରପରିଷଦ ନିର୍ବାହୀ ଅଧିକାରୀ ଦିବ୍ୟଶଙ୍କର ଜୟପୁରିଆ ପୌର କର୍ମଚାରୀଙ୍କ ସହ ଉକ୍ତ ଅଞ୍ଚଳକୁ ଯାଇ ରାସ୍ତା ସିଲ କରିଥିବା ଜଣାପଡିଛି।