ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା

ନୂଆଦିଲ୍ଲୀ, ଏଜେନ୍ସି: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରହିଥିବା ପ୍ରତିବନ୍ଧକକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ରହିଥିଲା। ଏହାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହି ସମୟରେ ବନ୍ଦେ ଭାରତ ମିଶନ ଅଭିଯାନରେ ଚାଲୁଥିବା ବିମାନରେ ପ୍ରବାସୀ ଭାରତୀୟ ଭାରତ ଫେରିପାରିବେ। କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆନ୍ତର୍ଜାତିକ ବିମାନ ଚଳାଚଳ ନିମନ୍ତେ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ବୋଲି ସୂଚନା ଦେଇଛନ୍ତି। ଚଳିତବର୍ଷ ଶେଷସୁଦ୍ଧା ଆନ୍ତର୍ଜାତିକ ବିମାନ ଚଳାଚଳ ସ୍ୱାଭାବିକ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି।