ନାଳରେ ପଡ଼ିଛି ସାର୍କର ମୃତଦେହ

ବାଲେଶ୍ୱର,ଏନ୍ଏନ୍ଏସ୍: ସମୁଦ୍ରକୁ ସଂଯୋଗ କରୁଥିବା ନାଳରେ ସାର୍କର ମୃତଦେହ ଦେଖିବାକୁ ମିଳିଛି। ଏହି ଖବର ପ୍ରଚାରିତ ହେବାରେ ସେଠାରେ ଲୋକଙ୍କ ଭିଡ଼ ଲାଗି ରହିଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ନାଳ ସୁଟିଂପାହି ନିକଟରେ ସାର୍କର ମୃତଦେହଟି ପଡ଼ିଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତ ସାର୍କର ଓଜନ ୫ କ୍ୱିଣ୍ଟାଲ୍‌ରୁ ଅଧିକ ହେବ। ଏହାର ଲମ୍ୱ ୧୦ ଫୁଟ୍‌ ହେବ। ସାର୍କଟି ନାଳକୁ କେମିତି ଆସିଲା, ତାହା ଜଣାପଡ଼ି ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତି। ଗଭୀର ସମୁଦ୍ରରେ ମାଛ ମାରିବା ବେଳେ ଭୁଟ୍‌ଭୁଟି ମାଡ଼ରେ ସାର୍କଟି ଆହତ ହୋଇଥିଲା। ପରେ ମତ୍ସ୍ୟଜୀବୀମାନେ ଆହତ ସାର୍କକୁ ଆଣି କୂଳରେ ଛାଡ଼ିଥିବା ଆଲୋଚନା ହେଉଛି। ସମୁଦ୍ର କୂଳରେ ସାର୍କ ପଡିଥିବା ଦେଖି ଛୋଟ ପିଲାମାନେ ନାଳକୁ ଟାଣିଆଣିଥିବା ଚର୍ଚ୍ଚା ହେଉଛି। ହେଲେ ବର୍ତ୍ତମାନ ସୁଦ୍ଧା ବନ ବିଭାଗର କୌଣସି ଅଧିକାରୀ ସେଠାରେ ପହଞ୍ଚି ନଥିବା ଜଣାପଡ଼ିଛି।