ଜାମ୍ମୁ,ଏଜେନ୍ସି: ଜାମ୍ମୁ କାଶ୍ମୀର ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜାମ୍ମୁରେ ରହୁଥିବା ରୋହିଗ୍ୟା ମୁସଲମାନ ସମ୍ପ୍ରଦାୟଙ୍କ ବାୟୋମେଟ୍ରିକ ତଥ୍ୟ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଶନିବାର ଠାରୁ ଏକତ୍ର କରାଯାଉଛି। ଏହି ଅଭିଯାନରେ ଭାରତରେ ବେଆଇନ ଭାବେ ରହୁଥିବା ୧୫୫ ଜଣ ରୋହିଗ୍ୟା ମୁସଲମାନଙ୍କୁ ଚିହ୍ନଟ କରାଯାଇଛି। ଏବେ ସେମାନଙ୍କୁ ନିର୍ଦ୍ଧାରିତ ହୋଲଡିଂ ସେଣ୍ଟରକୁ ପଠାଯାଇଛି। ରୋହିଗ୍ୟା ମୁସଲମାନମାନେ ଦେଶରେ ନିର୍ଯାତନା ପାଇବା ପରେ ବାଂଲାଦେଶ ରାସ୍ତା ଦେଇ ଭାରତରେ ପ୍ରବେଶ କରିଥିଲେ। ଏମାନେ ଜାମ୍ମୁ ସମେତ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ବସବାସ କରୁଛନ୍ତି।
ବେଆଇନ ଭାବେ ରହୁଥିବା ୧୫୫ ଜଣ ରୋହିଗ୍ୟା ମୁସଲମାନଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ପାଖରେ ଦେଶରେ ରହିବା ଅଥବା ଆସିବା ଓ ଯିବା ନେଇ କୌଣସି ପ୍ରମାଣପତ୍ର ନାହିିଁ। ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ସମସ୍ତଙ୍କୁ କାଠୁଆ ଜିଲ୍ଲାର ହୀରା ନଗରସ୍ଥିତ ହୋଲଡିଂ କେନ୍ଦ୍ରକୁ ପଠାଯାଇଛି।