ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନ ବିତିଯାଇଛି। ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନୂତନ ୩ଟି କୃଷି ବିଲରେ ସଂଶୋଧନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। କିନ୍ତୁ ଚାଷୀ ଏହି ୩ଟି ଆଇନକୁ ରଦ୍ଦ କରିବାକୁ ଦାବି ରଖିଥିଲେ।
ଏଗ୍ରିଗେଶନର ୫ମ ରାଷ୍ଟ୍ରୀୟ ସମ୍ମିଳନୀକୁ ସମ୍ବୋଧିତ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି କି, ଆନ୍ଦୋଳନକାରୀ ଚାଷୀଙ୍କ ଭାବନାକୁ ସମ୍ମାନ ଜଣାଇ କେନ୍ଦ୍ର ଏହି ୩ଟି ନିୟମରେ ସଂଶୋଧନ କରିବାକୁ ପ୍ରସ୍ତୁତ ଅଛି। ଏଥିସହିତ ସେ କହିଛନ୍ତି କି, ଏହା ନୁହେଁ ଯେ ସରକାରଙ୍କ ସଂଶୋଧନ ପ୍ରସ୍ତାବର ମାନେ ହେଉଛି ସେଥିରେ କୌଣସି ଅଭାବ ଥିଲା। ଆମ ସରକାର ଚାଷୀଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇଛି।