ଟେବୁଲ ଟେନିସରେ ଶରତ କମଲଙ୍କୁ ସ୍ୱର୍ଣ୍ଣ, ସାଥିୟାନଙ୍କୁ କାଂସ୍ୟ

ବର୍ମିଘମ୍‌,ଏଜେନ୍ସି: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଲଗାତାର ଭାବେ ଭାରତର ପଦକ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତର ଷ୍ଟାର ଟେବୁଲ ଟେନିସ ଖେଳାଳି ଶରତ କମଲ ଲିୟାମ ପିଚଫୋର୍ଡଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫଳରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୧ରେ ପହଞ୍ଚିଛି ଓ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ।

ସେହିପରି ଭାରତର ଅନ୍ୟତମ ଟେବୁଲ ଟେନିସ ଖେଳାଳି ସାଥିୟାନ ଗଣାନାଶେଖରନ ଇଂଲଣ୍ଡର ପୋଲ ଡ୍ରିଙ୍କହୋଲଙ୍କୁ ହରାଇ କାଂସ୍ୟ ପଦକ ଜିତିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏକକ ବର୍ଗରେ ସାଥିୟାନଙ୍କର ଏହା ହେଉଛି ପ୍ରଥମ ପଦକ ।