ବ୍ୟାଡମିଣ୍ଟନ ପୁରୁଷ ଯୁଗଳ ବର୍ଗରେ ଭାରତକୁ ସ୍ୱର୍ଣ୍ଣ

ବର୍ମିଂଘମ, ଏଜେନ୍ସି: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ଏଥର ବ୍ୟାଡମିଣ୍ଟନ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ବେଶ୍ ଭଲ ରହିଛି । ପୁରୁଷ ଏକାକିରେ ଲକ୍ଷ୍ୟ ସେନ ଓ ମହିଳା ଏକାକି ବର୍ଗରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି । ଅନ୍ୟପଟେ ପୁରୁଷ ଯୁଗଳ ବର୍ଗରେ ସାତ୍ତିକସାଈ ଓ ଚିରାଗ ସେଟ୍ଟୀ ମଧ୍ୟ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି । ସାତ୍ତିକସାଈ ଓ ଚିରାଗ ଇଂଲଣ୍ଡର ବେନ ଲେନ ଓ ସେନ ବେଣ୍ଡୀଙ୍କୁ ହରାଇ ୨୧-୧୫ ଓ ୨୧-୧୩ ସେଟରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।