ଦେବଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ରିଜର୍ଭ ପୁଲିସ ପଡିଆରେ ଜିଲ୍ଲା ପୁଲିସ ପକ୍ଷରୁ ୬୧ତମ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦେବଗଡ ଜିଲ୍ଲା ପୁଲିସ ପକ୍ଷରୁ ସ୍ମୃତି ପ୍ୟାରେଡ ସମାରୋହରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଏସପି ମନୋଜ କୁମାର ମାହାନ୍ତ ଯୋଗଦେଇ ସହିଦ ପୁଲିସ ଅଧିକାରୀ ଓ ଯବାନମାନଙ୍କ ନାମ ଉଚ୍ଚାରଣ କରିବା ସହ ସେମାନଙ୍କ ପାଇଁ ପୁଲିସ ବିଭାଗ ଗର୍ବିତ ବୋଲି କହିଥିଲେ। ସେହିପରି ରିଜର୍ଭ ପଡିଆରେ ଥିବା ସହିଦସ୍ତମ୍ଭରେ ଅମର ଜବାନମାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା।