ମାଓବାଦୀଙ୍କ ହିଂସାକାଣ୍ଡ : ୧ ମୃତ, ୨ ଗୁରୁତର

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ହିଂସାକାଣ୍ଡ। ମଙ୍ଗଳବାର ରାତିରେ ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଖଜୁରୀଗୁଡା ଗ୍ରାମରେ ରାତି ପ୍ରାୟ ୩୦ ଉର୍ଦ୍ଧ୍ୱ ମାଓବାଦୀ ଆସି ଗ୍ରାମର ଦାସ ଖେମୁଣ୍ଡୁ, ସନା ହନ୍ତାଳ, ଓ ସମରୁ ଖିଲ ଏହି ତିନି ଜଣଙ୍କୁ ପୁଲିସ ର ଇନଫର୍ମର ସନ୍ଦେହରେ ନିର୍ଧୁମ ମାଡ଼ ମାରିଥିଲେ। ଶେଷରେ ଅତି ନୃଶଂସ ଭାବେ ଦାସ ଖେମୁଣ୍ଡୁର ଗଳା କାଟି ହତ୍ୟା କରି ଚାଲି ଯାଇଥିଲେ।