୩୦ ଜିଲ୍ଲାରୁ ୧୯୩୧ ପଜିଟିଭ,୧୩ ମୃତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪୧୮୧କୁ ବୃଦ୍ଧି ପାଇଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୧୨୦ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୮୧୧ଜଣ ସ୍ଥାନୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୧୨୦ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୭୩, ବରଗଡରୁ ୬୬, ଭଦ୍ରକରୁ ୬୪, ବଲାଙ୍ଗିରରୁ ୬୪, ବୌଦ୍ଧରୁ ୭, କଟକରୁ ୧୫୩, ଦେବଗଡରୁ ୯, ଢେଙ୍କାନାଳରୁ ୩୫, ଗଜପତିରୁ ୯, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୫୬, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୪୬, କେନ୍ଦ୍ରାପଡାରୁ ୬୧, କେନ୍ଦୁଝରରୁ ୬୫, ଖୋର୍ଦ୍ଧାରୁ ୨୭୩, କୋରାପୁଟରୁ ୨୯, ମାଲକାନଗିରିରୁ ୩୮, ମୟୂରଭଞ୍ଜରୁ ୯୯, ନବରଙ୍ଗପୁରରୁ ୬୨, ନୟାଗଡରୁ ୨୩, ନୂଆପଡାରୁ ୪୩, ପୁରୀରୁ ୭୨, ରୟାଗଡାରୁ ୨୫, ସମ୍ବଲପୁରରୁ ୩୭, ସୋନପୁରରୁ ୩୦, ସୁନ୍ଦରଗଡରୁ ୧୦୪, ଷ୍ଟେଟ ପୁଲରୁ ୫୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ଆଉ ୧୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଚି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୮୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।