ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଲକ୍ଷ୍ମୀସାଗର ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଗେଷ୍ଟ ହାଉସରେ ସେକ୍ସ ରାକେଟ ଠାବ ହୋଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ବୁଦ୍ଧେଶ୍ୱରୀ କଲୋନୀର ଏକ ଘର ଉପରେ ଆକସ୍ମିକ ଚଢ଼ଉ କରି ଘର ଭିତରେ ଅସଂଯତ ଅବସ୍ଥାରେ ଥିବା ଜନୈକା ଯୁବତୀଙ୍କ ସହ ତିନି ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଚଢ଼ଉ ସମୟରେ ଉକ୍ତ ଘରୁ ବହୁ ପରିମାଣରେ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଥିବା ବେଳେ ସେଠାରେ ଏକ ହାଇ ପ୍ରୋଫାଇଲ ସେକ୍ସ ରାକେଟ ଚାଲୁଥିବା ଅନୁମାନ କରୁଛି। ପୁଲିସ ଜଣେ ଯୁବତୀ ସହିତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।