ଧରାପଡ଼ିଲା ସେକ୍ସ ରାକେଟ, ୭ ଯୁବତୀ ଓ ୩ ଯୁବକ ଅଟକ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସ୍ଥାନୀୟ ଶାସ୍ତ୍ରୀନଗରରେ ୩ମାସ ଧରି ଚାଲିଥିବା ସେକ୍ସ ରାକେଟ ଉପରୁ ଟାଉନ ଥାନା ପୁଲିସ ପରଦା ଉଠାଇଛି । ସହରର ଶାସ୍ତ୍ରୀନଗର ପଡ଼ାରେ ଥିବା ଏକ କୋଠାରେ ସେକ୍ସ କାରବାର ଚାଲିଥିବା ନେଇ ପୁଲିସକୁ ଖବର ମିଳିଥିଲା । ଆଉ ଏହାକୁ ଆଧାର କରି ପୂର୍ବରୁ ସେଠାରେ ଲୁଚିଥିବା ପୁଲିସ ସଂଧ୍ୟା ସମୟରେ ଘର ଭିତରକୁୁ ପ୍ରବେଶ କରିଥିଲା । ଘର ସର୍ଚ୍ଚ କରିବା ସମୟରେ ୭ଜଣ ଯୁବତୀ ଓ ୩ଜଣ ଯୁବକକୁ ଥାନାକୁ ଆଣି ଅଟକ ରଖିଛି । ଘର ମାଲିକ ଜଣକ ସୋନପୁର ଜିଲ୍ଲାର ହୋଇଥିବାବେଳେ ସେ କଳାହାଣ୍ଡିରେ ରହୁଥିବା ଜଣାପଡ଼ିଛି । ଅପ୍ୟପଟେ ଘର ରକ୍ଷଣାବେକ୍ଷଣ କରୁଥିବା ବ୍ୟକ୍ତି ଏଠାରେ ସେକ୍ସ କାରବାର କରୁଥିବା ଲୋକଙ୍କଠାରୁ ୧୦ ହଜାର ଟଙ୍କା ନେଉଥିବା କହିଥିବାବେଳେ ବଲାଙ୍ଗୀର ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ୱରେରେ ଛାନଭିନ ଚାଲିଥିବା ଜଣାପଡ଼ିଛି ।