ବୁମରାହଙ୍କ ସ୍ଥାନରେ ଶାମି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଟି-୨୦ ୱାର୍ଲ୍ଡକପରେ ଆହତ ଥିବା ଦ୍ରୁତ ବୋଲର ଜସପ୍ରୀତ ବୁମରାହଙ୍କ ବଦଳରେ ମହମ୍ମଦ ସାମି ଖେଳିବେ । ଏଥିସହିତ ମହମ୍ମଦ ସିରାଜ ଓ ଶାର୍ଦୁଲ ଠାକୁରଙ୍କୁ ରିଜର୍ଭ ଖେଳାଳିଙ୍କ ତାଲିକାରେ ସ୍ଥାନ ମିଳିଛି। ଏନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଏତଦବ୍ୟବତୀତ ଚୂଡ଼ାନ୍ତ ୧୫ ଖେଳାଳିଙ୍କ ନାଁ ମଧ୍ୟ ବିସିସିଆଇ ପକ୍ଷରୁ ଆଇସିସିକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଜସପ୍ରୀତ ବୁମରାହ ପିଠିରେ ଆଘାତ ଲାଗିବା କାରଣରୁ ଟି-୨୦ ୱାର୍ଲ୍ଡକପ ଖେଳିବେନି ବୋଲି ଅକ୍ଟୋବର ପ୍ରଥମ ସପ୍ତାହରେ ସ୍ପଷ୍ଟ ହୋଇଯାଇଥିଲା । ଆଉ ବୁମରାହଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କ ନାଁ ତାଲିକାରେ ସର୍ବାଗ୍ରେ ରହିଥିଲା । କିନ୍ତୁ ଶାମିଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠିଥିଲା । କାରଣ ଅଷ୍ଟ୍ରେିଲିୟା ବିପକ୍ଷ ଟି -୨୦ ସିରିଜ ପୂର୍ବରୁ ଶାମି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେଥିପାଇଁ ଶାମିଙ୍କୁ ନ୍ୟାସନାଲ କ୍ରିକେଟ ଆକାଡେମିରେ ଫିଟନେସ ଉପରେ କାମ କରିବା ପଡ଼ିଲା ଏବଂ ୨ଦିନ ପୂର୍ବରୁ ହିଁ ତାଙ୍କୁ ଅଷ୍ଟ୍ରେଲିଆ ଯିବାକୁ ଅନୁମତି ମିଳିଛି ।