ଟେନିସରୁ ସେରେନାଙ୍କ ସନ୍ୟାସ

ଆମେରିକା: ଆମେରିକାର ମହାନ ଟେନିସ ଖେଳାଳି ସେରେନା ୱିଲିୟମ୍ସ ଟେନିସରୁ ସନ୍ୟାସ ଘୋଷଣା କରିଛନ୍ତି । ଇନଷ୍ଟାଗ୍ରାମରେ ଭୋଗର ସେପ୍ଟେମ୍ବର କଭର ପେଜର ଫଟୋ ସେୟାର କରି ସେରେନା ଏସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି ।

ସେରେନା ଲେଖିଛନ୍ତି ଯେ, ଜୀବନରେ ଏମିତି ଏକ ସମୟ ଆସେ ଯେତେବେଳେ ଆମକୁ ଏକ ଭିନ୍ନ ଦିଶାରେ ଆଗକୁ ବଢ଼ିବା ଲାଗି ନିଷ୍ପତ୍ତି ନେବାକୁ ପଡ଼େ । ସେ ସମୟ ବହୁତ କଠିନ ହୋଇଥାଏ ଯେତେବେଳେ କୌଣସି ଜିନିଷକୁ ବହୁତ ଭଲ ପାଉଥିବ । ମୁଁ ଟେନିସର ଆନନ୍ଦ ନେଇଥାଏ । କିନ୍ତୁ ଏବେ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଜଣେ ମା’ ହିସାବରେ ମୋତେ ମୋ ଆଧ୍ୟାତ୍ମିକ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଶେଷରେ ଏକ ରୋମାଞ୍ଚକ ସେରେନା ଉପରେ ମଧ୍ୟ ନଜର ରଖିବାକୁ ପଡ଼ିବ । ମୁଁ ଆଗାମୀ କିଛି ସପ୍ତାହର ଆନନ୍ଦ ନେବି ।