ଲଗାଣ ବର୍ଷାରେ ଭାଙ୍ଗିଲା ଘର, ୨ ଛେଳି ଛୁଆ ମୃତ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅନେକ କ୍ଷୟକ୍ଷତି ହେବା ସହ ଅନେକ ଚାଷ ଜମି ଜଳମଗ୍ନ ଅବସ୍ଥାରେ ରହିଛି । ଲଗାଣ ବର୍ଷା ଯୋଗୁ ଭନ୍ଦ୍ରା ପଞ୍ଚାୟତ ଲୁହୁରାପାଲି ଗାଁର ବୁଇ ତାଣ୍ଡିଙ୍କ ଘର ଭାଙ୍ଗିଯିବା ସହ ୨ ଛେଳି ଛୁଆଙ୍କ ମୃତ୍ୟୁ ହୋଇଛି । ଏହି ମହିଳା ଜଣଙ୍କ ଦୀର୍ଘ ବର୍ଷ ହେବ ଭଙ୍ଗା ଦଦରା ଘରେ ଜୀବନଯାପନ କରୁଥିଲେ ହେଲେ ତାଙ୍କର ଘର ଭାଙ୍ଗି ଯାଇଥିବା ନେଇ ଅସହାୟ ଅବସ୍ଥାରେ ରହିଛନ୍ତି । ସେଥିପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।