ବିଶ୍ୱ ଆଦିବାସୀ ଦିବସ ପାଳିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପାପଡ଼ାହାଣ୍ଡି ଶହିଦ ମୀନାରଠାରୁ ଡାକ ବଙ୍ଗଳା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମଞ୍ଚୁଳା ମାଝୀ, ଆଦିବାସୀ ନେତା ସନରାଜ ଗଣ୍ଡ ଓ ଅର୍ଜୁନ ଭତରାଙ୍କ ସମେତ ବହୁ ଆଦିବାସୀ ନେତା ଅଂଶଗ୍ରହଣ କରିଥିଲେ ।