ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟ ଖେଳାଳି ସେନ୍ ଓ୍ବାର୍ଣ୍ଣଙ୍କ ପରଲୋକ

ନୂଆଦିଲ୍ଲୀ,ଏଜେନ୍ସି: ଅଷ୍ଟ୍ରେଲିଆର ଲିଜେଣ୍ଡ କ୍ରିକେଟ ଖେଳାଳି ସେନ୍ ଓ୍ବାର୍ଣ୍ଣଙ୍କ ୫୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସେନ୍ ତାଙ୍କ ଘରେ ଅଚେତ ହୋଇପଡ଼ିଥିଲେ। ସେଠାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଆଜି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସେ ଜଣେ ପ୍ରଖ୍ୟାତ ସ୍ପିନ୍ ବୋଲର ଥିଲେ। ଟେଷ୍ଟ କ୍ରିକେଟର ଦ୍ୱିତୀୟ ସର୍ବାଧିକ ଓ୍ବିକେଟ ଗ୍ରହଣକାରୀ ଭାବରେ ଅବସର ନେଇ ୱାର୍ଣ୍ଣ ଏହି ଖେଳ ଖେଳିଥିବା ସର୍ବଶ୍ରେଷ୍ଠ ବୋଲର ଭାବରେ ବିବେଚିତ ହୋଇଛନ୍ତି। ସେ ତାଙ୍କ ଖେଳ ଜୀବନରେ ୭୦୮ଟି ଟେଷ୍ଟ ଓ୍ବିକେଟ ନେଇଛନ୍ତି। ସେହିପରି ଦିନିକିଆରେ ୨୯୩ଟି ଓ୍ବିକେଟ ନେଇଛନ୍ତି।