କାଶୀ ବିଶ୍ୱନାଥ ମନ୍ଦିରରେ ମୋଦୀଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାଶୀ ଗସ୍ତ କରିଛନ୍ତି । ଏହାପରେ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ମୋଦୀ ଡମରୁ ବଜାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ମୋଦୀଙ୍କ ସହ ତାଙ୍କର ଅନେକ ସମର୍ଥକ ମନ୍ଦିର ପରିସରରେ ମହଜୁଦ ଥିଲେ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ରୋଡ ଶୋ’ କରିଥିଲେ । ଏହି ସମୟରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।