ଭୁବନେଶ୍ୱର,ଏନ୍ଏନ୍ଏସ୍: ପୌର ନିର୍ବାଚନ ପାଇଁ କଂଗ୍ରେସ ବେଶ୍ ତତ୍ପର ଦେଖାଉଛି। ଦଳ ପକ୍ଷରୁ ଆଜି ମଧୁସ୍ମିତା ଆଚାର୍ଯ୍ୟଙ୍କୁ ରାଜଧାନୀରେ ହେବାକୁ ଥିବା ବିଏମସି ନିର୍ବାଚନରେ ମେୟର ପଦ ପାଇଁ ଦଳର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତିନୋଟି ନାମ – ରଶ୍ମୀ ମହାପାତ୍ର, ସୁଭଦ୍ରା ମିଶ୍ର ଏବଂ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ଚୟନ କମିଟିକୁ ସୁପାରିଶ କରିଥିଲେ। ଓପିସିସି ମଧୁସମିତା ଆଚାର୍ଯ୍ୟଙ୍କୁ ମେୟର ପଦ ପାଇଁ ପ୍ରାର୍ଥୀ ଭାବରେ ଅନୁମୋଦନ କରିଛି।
କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆନୁଷ୍ଠାନିକ ଭାବେ ମଧୁସମିତା ଆଚାର୍ଯ୍ୟଙ୍କ ନାମ କଂଗ୍ରେସରୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି। କମଳା ନେହେରୁ ମହାବିଦ୍ୟାଳୟର ପୂର୍ବତନ ସଭାପତି ମଧୁସମିତା ଆଚାର୍ଯ୍ୟ, ଜଣେ ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ। ସେ ହେଉଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ କାଙ୍ଗାଳୀ ପଣ୍ଡାଙ୍କ ବୋହୂ। ତାଙ୍କ ଶାଶୁ ପୂର୍ବରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସେ ପୋଲ ପରିଚାଳନାରେ ସହଯୋଗ କରୁଥିଲେ।
ଦୁଇ ଦିନ ପୂର୍ବେ ଦଳ କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଥିଲା। ମାର୍ଚ୍ଚ ୨୪ ରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଭୁବନେଶ୍ୱରର ୬୭ ଟି ୱାର୍ଡରେ ଏହି ମତଦାନ ହେବ। ପ୍ରଥମ ଥର ପାଇଁ ମେୟର ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ । ମାର୍ଚ୍ଚ ୨୬, ୨୦୨୨ ରେ ଫଳାଫଳ ଘୋଷଣା କରାଯିବ।