ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ୍ ଶିବିର ଉଦ୍‌ଯାପିତ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡା. ମଧୁସୂଦନ ମହାପାତ୍ର, ମୁଖ୍ୟବକ୍ତା ଭାବେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅମିତାସ୍ମିତା ନାୟକ, ଅଧିକାରିଣୀ ଅଧ୍ୟାପିକା ସଞ୍ଜୁକ୍ତା ନାୟକ, ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ, ପ୍ରାଶାସନିକ ଅଧିକାରୀ ଅଧ୍ୟାପକ ତେଜେଶ୍ୱର ନାୟକ ଓ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ପ୍ରମୁଖ ଉପସ୍ଥିତ ରହି ଆତ୍ମରକ୍ଷା ତାଲିମର ମୂଳ ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ଉଦବୋଧନ ଦେଇ ଉପସ୍ଥିତ ଛାତ୍ରୀଙ୍କୁ ବୁଝାଇଥିଲେ । ଛାତ୍ରୀମାନେ ମଧ୍ୟ ନିଜ ନିଜର ଅନୁଭୂତି ବଖାଣିଥିଲେ ।