ଗରିବଙ୍କୁ ସଶକ୍ତ କରିବ ୨୦୨୪ ବଜେଟ୍‌: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରର ରେମେଡ୍ ସଭାରେ ଜୟ ଜଗନ୍ନାଥ, ଜୟ ମା’ ସମଲେଇ କହି ବକ୍ତବ୍ୟ ଆରମ୍ଭ କରିଥିଲେ । ସମ୍ବଲପୁରୀ ଭାଷାରେ ମଧ୍ୟ ଶୁଭେଚ୍ଛା ଜଣାଇ ବିଜେପିର ପ୍ରତି କର୍ମକର୍ତ୍ତାଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି କହିଥିଲେ । କାରଣ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଦେବା ଲାଗି ନିଷ୍ପତ୍ତି ହୋଇଛି । ଏ ସମ୍ମାନ ରାଷ୍ଟ୍ରସେବାକୁ ସମ୍ମାନ ହିସାବରେ ଆମ ସମସ୍ତଙ୍କୁ ସମ୍ମାନ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ କିଛି ବି ଛାଡ଼ିବନି । ୨୦୨୪ ବଜଟେରେ ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ଦିଆଯାଇଛି । ବଜେଟ ସମସ୍ତଙ୍କ ବିକାଶର ଗ୍ୟାରେଣ୍ଟି ଦେଉଛି । ମୋଦୀଙ୍କ ଗ୍ୟାରେଣ୍ଟିମାନେ ଗ୍ୟାରେଣ୍ଟି ପୁରା ହେବାର ଗ୍ୟାରେଣ୍ଟି । ଓଡ଼ିଶାର ୨୫ ଲକ୍ଷ ଲାଭାର୍ଥୀ ପକ୍କାଘର ପାଇଛନ୍ତି । ଗରିବଙ୍କ ପାଇଁ ଆଉ ୨ କୋଟି ଘର ତିଆରି ହେବା ନେଇ ଘୋଷଣା କରାଯାଇଛି । ଫଳରେ କୌଣସି ଗରିବ ଭାଇଭଉଣୀ କଚ୍ଚା ଘରେ ରହିବେନି । ଗରିବଙ୍କୁ ଲାଭ ଦେବା ବିଜେପି ସରକାରର ପ୍ରାଥମିକତା । ପିଏମ୍ କିଷାନରେ ଓଡ଼ିଶାର ୪୦ ଲକ୍ଷ ଚାଷୀଙ୍କୁ ଲାଭ ମିଳୁଛି । ପ୍ରତି ଚାଷୀଙ୍କ ଖାତାକୁ ବିଜେପି ସରକାର ୩୦ ହଜାର ଟଙ୍କା ପଠାଇଛି । ପୂର୍ବ ସରକାର ଓଡ଼ିଶାରୁ ୩୬ ହଜାର କୋଟିରୁ ଧାନ କିଣିଥିଲେ । ଆମ ସରକାର ଓଡ଼ିଶାରୁ ୧ଲକ୍ଷ ୧୦ ହଜାର କୋଟିର ଧାନ କିଣିଛନ୍ତି ।