ଘୁନସର କଲେଜରେ ଆତ୍ମରକ୍ଷା କୌଶଳ ସୁରକ୍ଷା ତାଲିମ ଶିବିର ଉଦଯାପିତ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବେଲଗାଁ ଜିଲ୍ଲା ପରିଷଦ ସଭ୍ୟା ରିତାରାଣୀ ହାତୀ, ବିଜେଡି ବରିଷ୍ଠ ନେତା ଡୋଲାମଣି ଥପା ଓ ମଣ୍ଡଳ କଲେଜ ଅଧ୍ୟକ୍ଷ ଅମ୍ବରେଶ ମେହେର ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ପ୍ରଶିକ୍ଷିକା ଡାକ ପ୍ରିୟା ନାଗ ୮ ଦିନ ଧରି ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାରାୟଣ ବୁଡ଼େକ, ମୋହନ ଚରଣ ବାଗ, ସୁକୁମାର ସାହୁ, ସରୋଜ ରଣା, ଶତ୍ରୁଘ୍ନ ଗହୀର, ବିଷ୍ଣୁ ଭୋଇ, ଘନଶ୍ୟାମ ସାହୁ ଓ ନିରଞ୍ଜନ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅମିତାଭ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।