ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନ ବିଭାଗ ଅଧିନସ୍ଥ ଟିକ୍ରାପଡ଼ା ରେଞ୍ଜରସ୍ଥିତ ଡୁକେରଚରଚରା ଗାଁରେ ବାଘ ଛାଲ ଡିଲ ବେଳେ ବେପାରୀ ଏସଟିଏଫ ହାତରେ ଧରାପଡ଼ିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ଟିକ୍ରାପଡ଼ା ଡୁକେରଚରଚରା ଗାଁର ଆଦିକନ୍ଦ ଘିଭେଲା । ମିଳିଥିବା ରିପୋର୍ଟ ମୁତାବକ, ଆଦିକନ୍ଦ ବାଘ ଛାଲ ବେପାର କରୁଥିଲେ । ଏହି ସମୟରେ ଏସଟିଏଫ୍ ଟିମ୍ ଗ୍ରାହକ ବେଶରେ ଆସି ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଏନେଇ ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି ।
