ଆତଙ୍କବାଦ ବିରୋଧରେ ସୁରକ୍ଷା ବଳକୁ ବଡ଼ ସଫଳତା, କୁପବାଡ଼ାରୁ ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁପବାଡ଼ାରେ ରାଷ୍ଟ୍ରବିରୋଧୀ ହଥୀୟାର ତସ୍କରୀର ଏକ ବଡ଼ ପ୍ରୟାସକୁ ସୁରକ୍ଷା ବଳ ବିଫଳ କରିଛି । ଏଥିସହିତ ବିପୁଳ ପରିମାଣରେ ପିସ୍ତଲ ଓ ଗୋଳା ବାରୁଦ ଜବତ କରିଥିବା ଜଣାପଡ଼ିଛି । ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଗତିବିଧି ପାଇଁ ପାକିସ୍ତାନ କବଜାରେ ଥିବା କଶ୍ମୀରରୁ ହଥିୟାର ତସ୍କରୀ କରାଯାଇଥିଲା ।
ଜମ୍ମୁ-କଶ୍ମୀର ପୁଲିସର କହିବାନୁସାରେ, ସେନା ସହ ହୋଇଥିବା ଏକ ସଂଯୁକ୍ତ ଅଭିଯାନରେ ଉତ୍ତରୀ କଶ୍ମୀରର କୁପବାଡ଼ା ଜିଲ୍ଲାରେ କରନାହ ଅଞ୍ଚଳରେ ୧୦ଟି ପିସ୍ତଲ, ମେଗଜିନ୍ ଓ ଗୁଳି ସହ ୫ଟି ଗ୍ରେନେଡ ଜବତ ହୋଇଛି । ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।