ଛତିଶଗଡ଼କୁ ବେଆଇନ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ଉ

ବରଗଡ଼,ଏନ୍‌ଏନ୍‌ଏସ୍‌: ଛତିଶଗଡ଼କୁ ବେଆଇନ ମହୁଲ ଚାଲାଣ ହେଉଥିବା ବେଳେ ଭଟଲି ଅବକରୀ ବିଭାଗ ଦ୍ୱାରା ବିପୁଳ ପରିମାଣରେ ମହୁଲ ଜବତ କରାଯାଇଛି । ଉକ୍ତ ଘଟଣାରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିବା ସହ ମହୁଲ ଚାଲାଣରେ ବ୍ୟବହୃତ ହେଉଥିବା ଏକ ପିକଅପ ଭ୍ୟାନ ମଧ୍ୟ ଜବତ କରିଛି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ବିଳମ୍ବିତ ରାତିରେ ଭଟଲି ଥାନା କାଶିପାଲି ରାସ୍ତାରେ ବେଆଇନ ମହୁଲ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଏକ ପିକଅପରେ ଲୋଡ଼ ହୋଇଥିବା ୨୮ କୁଇଣ୍ଟାଲ ମହୁଲ ଜବତ କରାଯାଇଥିଲା । ଏନେଇ ଭଟଲି ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଭଟଲି ଅବକାରୀ ଥାନା ଓଆଇସି ଉଷାବତୀ ଗୌଡ଼ଙ୍କ ନେତୃତ୍ୱରେ ଏଏସଆଇ ନନ୍ଦିକିଶୋର ପ୍ରଧାନ, କନେଷ୍ଟବଳ ବିନୋଦ ତିର୍କୀ ଏବଂ ଉଦ୍ଧବ ଭୋଇଏହି ଚଢ଼ଉରେ ସାମିଲ ହୋଇଥିଲେ ।